
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ପାନାମା ପତାକା ଲାଗିଥିବା ଏକ ଏଲପିଜି ଟ୍ୟାଙ୍କର୍ ‘ତାରା ଗ୍ୟାସ୍’ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ନଭେମ୍ବର ୧୬ ତାରିଖରେ ହୋଇଥିବା ଏହି ଆକ୍ରମଣରେ ଜାହାଜରେ ଥିବା ସମସ୍ତ ନାବିକ ସୁରକ୍ଷିତ ଅଛନ୍ତି। ଏଥିରେ ଥିବା ୨୪ ଜଣ ଭାରତୀୟଙ୍କ ସମେତ ମୋଟ ୨୫ ଜଣ କ୍ରୁ ସଦସ୍ୟଙ୍କ କୌଣସି କ୍ଷତି ହୋଇନାହିଁ।
ମଙ୍ଗଳବାର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଏନେଇ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଆକ୍ରମଣ ସତ୍ତ୍ୱେ ଜାହାଜର ସମସ୍ତ ୨୫ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ଏହି ଘଟଣା ପରେ ଭାରତ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ନାବିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବାକୁ ଜାହାଜ ପରିଚାଳନାକାରୀ କମ୍ପାନୀ ସହ ସରକାର ଯୋଗାଯୋଗରେ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।



