Breaking PLUSଜୀବନଚର୍ଯ୍ୟାଦୁର୍ଘଟଣା
ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ନାବାଳକର ମୃତ୍ୟୁ

ଯାଜପୁର : ଗାଧୋଇବା ସମୟରେ ପାଣିରେ ବୁଡି ନାବାଳକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁରେ। ସୂଚନା ମୁତାବକ, ଶ୍ୟାମସୁନ୍ଦରପୁର ଗାଁର ସୁବାସ ଚନ୍ଦ୍ର ପାଳଙ୍କ ୭ବର୍ଷର ପୁଅ ଓମ୍ ପ୍ରକାଶ ଆଜି ସ୍କୁଲରୁ ଫେରିବା ପରେ ସାଙ୍ଗ ମାନଙ୍କ ସହ ମିଶି ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଖୋଜାଖୋଜି କରି ଓମକୁ ପାଣିରୁ ଉଦ୍ଧାର କରି ପ୍ରଥମେ ବାଲିସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।