ଦୁର୍ଘଟଣାଦେଶ ବିଦେଶସ୍ୱତନ୍ତ୍ର

ଦକ୍ଷିଣ ସାଇବେରିଆରେ କ୍ରାସ ହେଲା ଋଷ ବାୟୁସେନାର ଏକ ଯୁଦ୍ଧ ବିମାନ

ଦକ୍ଷିଣ ସାଇବେରିଆରେ କ୍ରାସ ହେଲା ଋଷ ବାୟୁସେନାର ଏକ ଯୁଦ୍ଧ ବିମାନ ।  ଅପରାହ୍ନରେ ଏହି କ୍ରାସ ଘଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ଯେ, ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଅଟ୍ଟାଳିକାରେ ପିଟି ହୋଇଥିବା ମଧ୍ୟ କୁହାଯାଉଛି । ସ୍ଥାନୀୟ ଗଭର୍ନରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଋଷ ସେନାର ଏହି ସୁଖୋଇ-୩୦ ଲଢୁଆ ବିମାନଟି ରୁଟିନ ଉଡାଣବେଳେ ଦକ୍ଷିଣ ସାଅବେରିଆ ଅଞ୍ଚଳରେ କ୍ରାସ ହୋଇ ଏକ ଅଟ୍ଟାଳିକାରେ ପିଟି ହୋଇଛି ।

ଗଭର୍ଣ୍ଣର ଏନେଇ ସୂଚନା ଦେଇଛନ୍ତିନଯେ, ଯୁଦ୍ଧ ବିମାନଟି ଦୂର୍ଘଟଣାଗ୍ରସ୍ଥ ହୋଇ  ଆପାର୍ଟମେଣ୍ଟରେ ମାଡ ହୋଇଥିଲେ ସୁଦ୍ଧା କେହି ସାଧାରଣ ନାଗରିକ ମୃତାହତ ହୋଇନଥିବା । ତେବେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଗତ ସୋମବାର ମଧ୍ୟ ୟୁକ୍ରେନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ଋଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଏକ ଅଟ୍ଟାଳିକାରେ ଧକ୍କା ଖାଇଥିଲା । ଏଥିରେ ପାଇଲଟଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଣି ଏକ ଋଷୀୟ ଜେଟ୍‌ କ୍ରାସ ହେବା ପରେ ଚିନ୍ତା ବଢିଛି । କେଉଁ କାରଣରୁ ଏହି କ୍ରାସ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବାବେଳେ ତଦନ୍ତ ଆରମ୍ଭ କରିଛି ଋଷ ।

Show More

Related Articles

Back to top button