ଦୁର୍ଘଟଣାଦେଶ ବିଦେଶ

କ୍ରାଶ ହୋଇ ଆପର୍ଟମେଣ୍ଟରେ ମାଡ ହେଲା ରୁଷର ଲଢ଼ୁଆ ବିମାନ

କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। କ୍ରାଶ ହୋଇ ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟର ଆପର୍ଟମେଣ୍ଟରେ ମାଡ ହେଲା ରୁଷର ଲଢ଼ୁଆ ବିମାନ । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏନେଇ ରୁଷ ସେନା ପକ୍ଷରୁ ସୂଚନା ମିଳିଛି।

ରୁଷ ପ୍ରତିରକ୍ଷାମନ୍ତ୍ରୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟେକ୍ ଅଫ୍ ସମୟରେ ଏସୟୁ-୩୪ ବୋମା ବର୍ଷଣକାରୀ ବିମାନର ଏକ ଇଞ୍ଜିନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା  । ବିମାନରେ ଦୁଇ କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। କିନ୍ତୁ ବିମାନଟି ଜନବସତି ଏରିଆରେ କ୍ରାଶ୍ ହୋଇଥିବାରୁ ଏଥିରେ ବହୁ ପରିମାଣରେ ଇନ୍ଧନ ବାହାରି ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।ଏହି ଘଟଣାରେ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଅନେକ ରୁମ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଯୋଗୁ ଅତି କମ୍‌ରେ ୧୭ଟି ଆପାର୍ଟେମେଣ୍ଟ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଟ୍ରେନିଂ ମିଶନ ପାଇଁ ବିମାନ ନିଆଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସହ ମିଶି ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କୁହାଯାଇଛି।

 

Show More

Related Articles

Back to top button