Breaking PLUSଦେଶଦେଶ ବିଦେଶସ୍ୱତନ୍ତ୍ର

ଚୀନ୍ ପାଖରୁ ନିରାଶ ପରେ ଭାରତ ଉପରେ ଆଶା ପ୍ରକଟ କରିଛନ୍ତି ପୁଟିନ

ଋଷର ପରମ ସହଯୋଗୀ କହି ହେଉଥିବା ଚୀନର ଅସଲ ମୁଖା ଖୋଲି ଯାଇଛି

ନୂଆଦିଲ୍ଲୀ :  ଋଷର ପରମ ସହଯୋଗୀ କହି ହେଉଥିବା ଚୀନର ଅସଲ ମୁଖା ଖୋଲି ଯାଇଛି । ଋଷ ଏବଂ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠୁ ପାଶ୍ଚାତ୍ୟ ଦେଶ ଗୁଡିକ ବିଭିନ୍ନ ପ୍ରକାର କଟକଣା ସହିତ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍ ଆଡ଼କୁ ମୁହାଁଇଥିଲା ଋଷ ।  ଋଷକୁ ବୋଇଙ୍ଗ ଓ ଏୟାରବସ୍ ପାର୍ଟସ ଗୁଡ଼ିକର ଯୋଗାଣ ଠପ୍ ହୋଇଯାଇଥିବା ଯୋଗୁଁ  ଏହିସବୁ ପଦାର୍ଥ ପାଇଁ ଋଷ ଚୀନ୍ ଉପରେ ନିର୍ଭର କରିଥିବାବେଳେ  ବିମାନ ପାର୍ଟସ ଯୋଗାଣ ପାଇଁ ଋଷକୁ ସିଧା ସିଧା ମନା କରିଦେଇଛି ଚୀନ୍।

ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପର ଠାରୁ ବିଭିନ୍ନ କ୍ଷେତ୍ରରେ ମେସ୍କୋ ଉପରେ ପଶ୍ଚିମ ଦେଶ ଗୁଡ଼ିକ ପ୍ରତିବନ୍ଧକ ଲାଗାଇଥିଲେ। ଯଦ୍ବାରା ବିଶ୍ବସ୍ଥରରେ ମାତ୍ରାଧିକ ପ୍ରତିବନ୍ଧକ ଲାଗିଥିବା ଦେଶ ଇରାନ ଓ ଉତ୍ତର କୋରିଆକୁ ବି ପଛରେ ପକାଇଦେଇଛି ଋଷ।

ନିକଟରେ ଋଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଋଷର ଯାତ୍ରୀବାହି ବିମାନ ଗୁଡ଼ିକ ଉପରେ ବିପଦ ରହିଛି। ଇଣ୍ଟରଫ୍ୟାକ୍ସ ସମେତ ଏଜେନ୍ସି ଗୁଡ଼ିକ ବିମାନର ଯୋଗ୍ୟତା ବଜାୟ ରଖିବା ପାଇଁ ଋଷର ସଙ୍ଘୀୟ ପରିବହନ ଏଜେନ୍ସିର ଜଣେ ପ୍ରମୁଖ ଅଧିକାରୀ ଭାଲେରୀ କୁଡ଼ିନୋଭ କହିଛନ୍ତି ଯେ, ଚୀନ୍ ମନା କରିବା ପରେ ଋଷ ବର୍ତ୍ତମାନ ଭାରତ ଓ ତୁର୍କୀ ଭଳି ଦେଶରୁ ସାହାଯ୍ୟ ଲୋଡ଼ୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଋଷ କମ୍ପାନୀଗୁଡ଼ିକ ସେମାନଙ୍କ ବିମାନର ପଞ୍ଜିକରଣ କରିଛନ୍ତି ଏବଂ ସେଥିରୁ କିଛି ବିଦେଶରୁ ପଞ୍ଜିକରଣ ହୋଇଥିବା କୁହାଯାଉଛି । ଋଷିଆରେ ଆମେରିକା ଏବଂ ୟୁଏଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ପରେ ଲିଜରେ ଅଣାଯାଇଥିବା ବିମାନ କମ୍ପାନୀକୁ ଫେରାଇ ଦିଆଯିବ ବୋଲି ସେ କହିଛନ୍ତି। ମାର୍ଚ୍ଚ ୧୦ ପ୍ରକାଶ ପାଇଥିବା ଏକ ଡ୍ରାଫ୍ଟ ଆଇନ ଅନୁସାରେ ରୁଷ ସରକାରଙ୍କୁ ଘରୋଇ ବିମାନ ଚଳାଚଳ ପାଇଁ ଲିଜ୍ ବିମାନର ଦେୟ ଦେବାକୁ ପଡ଼ିବ ଏବଂ ଯଦି କୌଣସି ମତେ ଲିଜ୍ ବାତିଲ ହୁଏ ତାହେଲେ ବିମାନଗୁଡ଼ିକୁ ବିଦେଶୀ କମ୍ପାନୀକୁ ଫେରସ୍ତ ନକରିବାକୁ ଯୋଜନା କରାଯାଇଛି। ଏପରି ସ୍ଥିତିରେ ଏବେ ପୁଟିନ୍ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ବୈଦେଶିକ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Show More

Related Articles

Back to top button