ବିଜୟ ପରେ ଗୁଜୁରାଟରେ ପ୍ରଧାନମନ୍ତ୍ରୀଙ୍କ ‘ରୋଡ’ ସୋ
ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିରାଟ ବିଜୟର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ଏକ ବିଶାଳ ‘ରୋଡ’ ସୋ ଆୟୋଜନ କରିଛନ୍ତି । ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିରାଟ ବିଜୟର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଗୁଜରାଟକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଚଳିତ ବର୍ଷ ଶେଷରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଏଠାରେ ଥିବା ବିମାନବନ୍ଦରରୁ ସେ ଗାନ୍ଧିନଗର ଭାଜପା କାର୍ଯ୍ୟାଳୟ ‘କମଲମ’ ଅଭିମୁଖେ ବାହାରିଛନ୍ତି। ଏକ ଖୋଲା ଗାଡିରେ ଛିଡା ହୋଇ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଘଣ୍ଟାରେ ପ୍ରାୟ ନଅ କିଲୋମିଟର ଦୂରତା ଅତିକ୍ରମ କରିବେ। ଏହି ‘ରୋଡ’ ସୋରେ ଚାରି ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। କରୋନା ଅବଧି ପରେ ଏହା ସବୁଠାରୁ ବଡ ଜନସାଧାରଣ କାର୍ଯ୍ୟକ୍ରମ ହେବ। ଭାଜପା କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତାଙ୍କ ସହ ଏକ ବୈଠକ କରିବେ।