Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର,୧୦ ନଭେମ୍ବର – ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଭୁବନେଶ୍ୱରରେ ପହଂଚିବା ପରେ ପ୍ରତିକ୍ରିୟା କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସମ୍ପୂର୍ଣ୍ଣ ଅନ୍ନ। ଏହା ପୋଷଣତତ୍ୱରେ ଭରପୁର ଏହା ନା କେବଳ ଶରୀରକୁ ପୋଷଣ ଦିଏ ପାଟି ପାଇଁ ସୁଆଦିଆ ଓ ମାଟିର ଉର୍ବରତା ପାଇଁ ଉପଯୋଗୀ। କମ ପାଣି ଓ ଖରାପ ମାଟିରେ ମଧ୍ୟ ଏହା ଉତ୍ପାଦନ ହୁଏ । ଆଗମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନନନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟସର ପ୍ରଚାରପ୍ରାସର ପାଇଁ ଯଥେଷ୍ଟ ପ୍ରଚେଷ୍ଟା କରାଯାଉଛି। ଆଜି ମାଣ୍ଡିଆ ଦିବସ ଅବସରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ଏହି ଦିବସ ପାଳନ କରିବ ପାଇଁ। ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟନ୍ତ୍ୟ ବ୍ୟବସ୍ଥ ପାଇଁ କାର୍ଯ୍ୟ କରିବାର ଅଛି।   ଶ୍ରୀଅନ୍ନର ଏକ୍ସପୋର୍ଟ ମଧ୍ୟ ହେଉଛି ଏହାକୁ ଆହୁରି ବୃଦ୍ଧି କରିବୁ। ପ୍ରୋସେସିଂ, ପ୍ୟାକେଜିଂ ବ୍ରାଣ୍ଡିଂ, ଓ ମାର୍କେଟିଂ ରେ ଅଧିକ ଧ୍ୟାନ ଦେବୁ ଯେପରିକି କୃଷକଙ୍କ ଆୟ ବୃଦ୍ଧି ପାଇବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button