Breaking PLUSଦେଶବିଧାନସଭାରାଜନୀତି

ପଶ୍ଚିମ ବଙ୍ଗରେ ୪,୬୬୦ ଅତିରିକ୍ତ ପୋଲିଂ ସ୍ଟେସନ୍‌କୁ ଇସିଆଇର ମଞ୍ଜୁରି

ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ସୁବିଧା ବଢ଼ାଇବା ପାଇଁ ନିର୍ବାଚନ ଆୟୋଗ ୪,୬୬୦ଟି ଅତିରିକ୍ତ ପୋଲିଂ ସ୍ଟେସନ୍‌କୁ ମଞ୍ଜୁରି ଦେଇଛି। ୧,୨୦୦ରୁ ଅଧିକ ଭୋଟର ଥିବା ଅଞ୍ଚଳରେ ଏହି ସ୍ଟେସନ୍‌ଗୁଡିକ ସ୍ଥାପିତ ହେବ।
ଏହାସହ ୩୨୧ଟି ପୋଲିଂ ସ୍ଟେସନ୍‌କୁ ଅଧିକ ସୁବିଧାଜନକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ସହ ରାଜ୍ୟରେ ମୋଟ ପୋଲିଂ ସ୍ଟେସନ୍‌ ସଂଖ୍ୟା ୮୫,୩୭୯କୁ ବୃଦ୍ଧି ପାଇଛି।
ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳକୁ ଏହି ପରିବର୍ତ୍ତନ ସମ୍ପର୍କରେ ଲିଖିତ ଭାବେ ସୂଚିତ କରିବାକୁ ନିର୍ଦ୍ଦେଶ ଦେଇଛି। ଭୋଟରମାନଙ୍କୁ ମଧ୍ୟ ସଂପୂର୍ଣ୍ଣ ସୂଚନା ଦେବାକୁ କହାଯାଇଛି।
ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ୨.୪ ଲକ୍ଷ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button