Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ଅଙ୍ଗ ପ୍ରତ୍ୟାରୋପଣ ଓ ଏଆଇ ଉପରେ ସିଏମଇ ୩୦ ମାର୍ଚ୍ଚରେ

ଅଙ୍ଗ ପ୍ରତ୍ୟାରୋପଣ ପ୍ରତି ବଢ଼ୁଥିବା ଚାହିଦା ଓ ଚିକିତ୍ସା କ୍ଷେତ୍ରରେ ଏଆଇର ବୃଦ୍ଧିଶୀଳ ଭୂମିକାକୁ ଦୃଷ୍ଟିରେ ରଖି ଏମ୍ସ ଭୁବନେଶ୍ୱର ପକ୍ଷରୁ ୩୦ ମାର୍ଚ୍ଚରେ ଏକ ରିଜିଓନାଲ୍ ସିଏମଇ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହା ନ୍ୟାସନାଲ୍ ଏକାଡେମି ଅଫ୍ ମେଡିକାଲ୍ ସାଇନ୍ସେସ୍ ସହଯୋଗରେ ଅନୁଷ୍ଠିତ ହେବ।
ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରୋଫେସର ଡା. ଅଶୁତୋଷ ବିଶ୍ୱାସ କହିଛନ୍ତି, କାର୍ଯ୍ୟକ୍ରମଟି ଅଙ୍ଗ ପ୍ରତ୍ୟାରୋପଣ ସମ୍ବନ୍ଧୀୟ ଚାଲେଞ୍ଜ, ନୀତିଗତ ପ୍ରସଙ୍ଗ ଓ ଏଆଇ ଭିତ୍ତିକ ଚିକିତ୍ସା ପ୍ରୟୋଗକୁ ଆଗେଇ ନେବାକୁ କେନ୍ଦ୍ରିତ ରହିବ।
ଓଡିଶା ସହ ପୂର୍ବ ଭାରତର ବିଭିନ୍ନ ରାଜ୍ୟରୁ ୩୦୦ରୁ ଅଧିକ ଡାକ୍ତର ଓ ବିଶେଷଜ୍ଞ ଏଥିରେ ଯୋଗଦେବେ। କାର୍ଯ୍ୟକ୍ରମରେ ଅଙ୍ଗ ପ୍ରତ୍ୟାରୋପଣ ନୀତି, ଡୋନର ବୃଦ୍ଧି ଓ ସ୍ୱାସ୍ଥ୍ୟ ସେବାରେ ଏଆଇ ପ୍ରୟୋଗ ଉପରେ ଆଲୋଚନା ହେବ।
ଏହି ପଦକ୍ଷେପ ମାଧ୍ୟମରେ ଚିକିତ୍ସକ, ଗବେଷକ ଓ ପ୍ରଯୁକ୍ତିବିଦ୍ମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇ ଭବିଷ୍ୟତରେ ଉନ୍ନତ ଚିକିତ୍ସା ସେବାକୁ ଗତି ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button