Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଟ୍ରାଫିକ ପୋଲିସଙ୍କୁ ମିଳିବ ଏସି ହେଲମେଟ୍

ଖରାରୁ ରକ୍ଷା କରିବ ଏସି ହେଲମେଟ୍

ପ୍ରବଳ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସଙ୍କ ପାଇଁ ଖୁସି ଖବର । ବିଭାଗ ତରଫରୁ ଏସି ହେଲମେଟ ଯୋଗାଇ ଦିଆଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ହେଲମେଟକୁ ଶକ୍ତି ଯୋଗାଇବାକୁ ଏଥିରେ ବ୍ୟାଟେରୀ ସଂଯୋଗ କରାଯାଇଛି । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି ।

ଟ୍ରାଫିକ୍ ପୋଲିସ କର୍ମଚାରୀମାନଙ୍କୁ ସାଧାରଣ ଭାବେ ବର୍ଷାରୁ ରକ୍ଷା ପାଇବା ପାଇଁ ରେନକୋର୍ଟ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜ୍ୟାକେଟ ଉପଲବ୍ଧ କରାଯାଇଥାଏ । ଏଭଳି ଏସି ହେଲମେଟ ପ୍ରୟୋଗ ମାଧ୍ୟମରେ ପୋଲିସ କର୍ମୀମାନେ ଖରାରୁ ରକ୍ଷା ପାଇବା ସହ ସୁରକ୍ଷିତ ଭାବେ କାର୍ଯ୍ୟ କରିପାରିବେ ।

Show More

Related Articles

Back to top button