
ନବମ ଏବଂ ଦଶମ ଶ୍ରେଣୀରେ ଯୋଡି ହେଲା ନୂଆ ପାଠ୍ୟକ୍ରମ । ଏବି ନୂଆ ପାଠ୍ୟକ୍ରମ ହେଉଛି ଆସପିରେସନାଲ କମ୍ପୋନେଣ୍ଟ । ଚଳିତ ବର୍ଷ ନବମ ଶ୍ରେଣୀରୁ ଏହି ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷ ଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୁ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆସପିରେସନାଲ କମ୍ପୋନେଣ୍ଟରେ ରହିବ ୪ଟି ବିଭାଗ । ସେଗୁଡିକ ହେଉଛି -ବୁକ୍ ରିଭ୍ୟୁ , ପ୍ରୋଜେକ୍ଟ ୱାର୍କ , କୋ-କରିକୁଲମ ଆକ୍ଟିଭିଟି , ବେସିକ ଆଇଟି ସ୍କିଲ ବିଭାଗ ରହିବ । ପ୍ରତ୍ୟେକ ୨୫ ଲେଖାଏଁ ସମୁଦାୟ ବିଷୟ ପାଇଁ ମୋଟ ୧୦୦ ମାର୍କ ରହିବ ।