ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି RBI ର ରେପୋ ରେଟ ବୃଦ୍ଧି , ମହଙ୍ଗା ହେବ ଗୃହ ଓ କାର ଋଣ

ମହଙ୍ଗାମାଡ ମଧ୍ୟରେ ପୁଣି RBI ର ରେପୋ ରେଟ ବୃଦ୍ଧି । ମହଙ୍ଗା ହେବ ଗୃହ ଓ କାର ଋଣ । ଆହୁରି ବୃଦ୍ଧି ପାଇବ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ଏବେ ନିୟନ୍ତ୍ରଣ ବାହାରେ । ତେବେ ଆରବିଆଇ ପକ୍ଷରୁ ଆଜି ପୁଣି ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଇଛି । ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ଅଟେ ।

ତେବେ ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ରେପୋ ରେଟ ବୃଦ୍ଧି ପାଇବା ପରେ ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।

ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ ।

Show More

Related Articles

Back to top button