
୨୦୧୭ରେ ମୁମ୍ବାଇର ବିଦ୍ୟୁତ ବିତରଣ କାରବାରକୁ ଆଦାନି ଟ୍ରାନ୍ସମିସନକୁ ହସ୍ତାନ୍ତର କରିବା ବେଳେ ଏକ ସେୟାର କିଣା ଚୁକ୍ତି ଉଲ୍ଲଂଘନ ହୋଇଥିଲା ବୋଲି ଦାବି କରିଛି ରିଲାଏନ୍ସ ଇନଫ୍ରା । ଏହି ଦାବି ଦର୍ଶାଇ ଆଦାନି ଗ୍ରୁପ୍ ଠାରୁ ୧୩,୪୦୦ କୋଟି ଟଙ୍କା ଦାବି କରିବା ସହ ଅନିଲ ଅମ୍ବାନିଙ୍କ କଂପାନି । ସେଥିପାଇଁ କଂପାନି ମୁମ୍ବାଇ ସେଣ୍ଟର ଫର ଇଣ୍ଟରନ୍ୟାସନାଲ୍ ଆରବିଟ୍ରେସନ୍ (ଏମ୍ସିଆଇଏ)ରେ ମାମଲା ରୁଜୁ କରିଛି।
୨୦୧୭ରେ ଆଦାନି ଗ୍ରୁପ୍ ୧୮,୮୦୦ କୋଟି ଟଙ୍କାରେ ମୁମ୍ବାଇ ବିଦ୍ୟୁତ ବିତରଣ ବ୍ୟବସାୟକୁ ଅଧିଗ୍ରହଣ କରିଥିଲା। ସେଥିରେ ରିଲାଏନ୍ସ ଇନଫ୍ରା ଏହାର ଶକ୍ତି ବ୍ୟବସାୟକୁ ବିକ୍ରି କରିଥିଲା।