Breaking PLUSଓଡ଼ିଶାମୁଖ୍ୟ ଖବର

ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ

ଭୁବନେଶ୍ୱର- ଶିମିଳିପାଳରେ ରାଜ୍ କରିବେ ଗଙ୍ଗା ଯମୁନା। ଯମୁନା ପରେ ଶିମିଳିପାଳକୁ ଆସିଲା ବାଘୁଣୀ ଗଙ୍ଗା। ଗତ ୭ ତାରିଖରେ ଗଙ୍ଗାକୁ ଆଣିବାକୁ ଶିମିଳିପାଳର ଏକ ସ୍ଵତନ୍ତ୍ର ଟିମ୍ ମହାରାଷ୍ଟ୍ରର ତଡବା ଜଙ୍ଗଲକୁ ଯାଇଥିଲା। ଅକ୍ଟୋବର ୨୮ ତାରିଖରେ ବାଘୁଣୀ ଯମୁନା ଶିମିଳିପାଳକୁ ଆସିଥିବାବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଯମୁନାକୁ ଅଭୟାରଣ୍ୟର କୋର୍ ଏରିଆରେ ଛଡାଯାଇଛି। ବର୍ତ୍ତମାନ ଆଉ ଏକ ବାଘୁଣୀ ଗଙ୍ଗା ଶିମିଳିପାଳକୁ ଆସିଥିବାରୁ ତାକୁ ମଧ୍ୟ ଏନକ୍ଲୋଜରରେ ଛଡାଯିବା ନେଇ ସୂଚନା ରହିଛି।

Show More

Related Articles

Back to top button