Breaking PLUSଓଡ଼ିଶାପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଏଏସଆଇଙ୍କ ସୂଚନା : ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ସୂଚନା ଦେଇଛନ୍ତି ଏଏସଆଇ । କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ। ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଆସନ୍ତା ୧୦ ଦିନ ଭିତରେ ସାରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଗର୍ଭଗୃହକୁ ଧଳା ଧଳା ଆସ୍ତରଣରେ ସଫେଇ କରାଯିବା ସହ କେମିକାଲ କ୍ଲିନିଙ୍ଗ କରାଯିବ। ଜଗମୋହନ ଓ ନାଟମଣ୍ଡପର ସ୍ଥିତି ଠିକ୍ ରହିଛି। ତେବେ ପୂର୍ବରୁ ୭ଟି ଦ୍ୱାରର ରୂପା ଛାଉଣୀ ସରିଥିବା ବେଳେ କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ କରାଯିବ। ଏଥିପାଇଁ କଳାହାଟ ଦ୍ୱାର ଖୋଲା କାର୍ଯ୍ୟ ସରିଛି। ବର୍ମାଟିକ୍ କାଠରେ ପ୍ରସ୍ତୁତ ଫେମ୍ ଶ୍ରୀମନ୍ଦିରକୁ ଆସିବା ପରେ ଏଥିରେ ରୂପା ଦିଆଯାଇ କଳାହାଟ ଦ୍ୱାର ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରୁ ସିସିଟିଭି ସଂସ୍ଥାପନ ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି।

Show More

Related Articles

Back to top button