Breaking PLUSଦେଶମୁଖ୍ୟ ଖବର
ଧାରର ଐତିହାସିକ ଭୋଜଶାଳାରେ ଦ୍ୱିତୀୟ ଦିନରେ ଏଏସଆଇର ସର୍ଭେ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍
ଧାର- ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଂଚଙ୍କ ନିର୍ଦ୍ଦେଶ ପରେ ଧାର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଐତିହାସିକ ଭୋଜଶାଳାରେ ଦ୍ୱିତୀୟ ଦିନରେ ସର୍ଭେ କରିଛି ଏଏସଆଇ । ଏଏସଆଇର ଦିଲ୍ଲୀ ଓ ଭୋପାଳ ଅଧିକାରୀଙ୍କ ଟିମ୍ ସର୍ଭେ କରୁଛନ୍ତି । ଏଏସଆଇର ଓକିଲ, ହିନ୍ଦୁପକ୍ଷ ପକ୍ଷରୁ ଆଶିଷ ଗୋଏଲ, ଗୋପାଳ ଶର୍ମା ଓ କମାଲ ମୌଲାନା ୱେଲଫେୟାର ସୋସାଇଟିର ସମଦ ଖାନ ସର୍ଭେ ଟିମ୍ ସହିତ ଭୋଜଶାଳାରେ ଉପସ୍ଥିତ ଅଛନ୍ତି । ଭୋଜଶାଳାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଶନିବାର ସକାଳେ ଏଏସଆଇ ଟିମ୍ ସର୍ଭେ କରିବା ପାଇଁ ଭୋଜଶାଳାରେ ପଂହଚିଥିଲେ ଏବଂ ସାଇଣ୍ଟିଫିକ ଭାବେ ଯାଂଚ ଆରମ୍ଭ କରିଥିଲେ । ଏହି ଅବସରରେ ପରିସର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।