
ରାତି ପାହିଲେ କଟକ ବାଲିଯାତ୍ରା । ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଗଳିକନ୍ଦିଠୁ ସହର ବଜାର ସବୁଠି ଜମୁଛି ଭିଡ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିୟୋଜିତ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।
ଚଳିତ ବର୍ଷ ବାଲିଯାତ୍ରାକୁ ବେଶ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେବ । ଗତ ଦୁଇ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହୋଇନଥିବା ବେଳେ ଚତିଳ ବର୍ଷ ବହୁ ଲୋକଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ ।
ଡିସିପିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ କରାଯିବ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନ ସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ବାଲିଯାତ୍ରାକୁ ଉପଭୋଗ କରିବେ ତାହା ଉପରେ ପୋଲିସର କଡା ନଜର ରହିବ । ଭିଡ ନିୟନ୍ତ୍ରଣ ପାଇଁ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ୨୦ଟି ଏଡ ପୋଷ୍ଟ ବ୍ୟବସ୍ଥା ହୋଇଛି । ସେହିପରି ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆକୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ବଳୟରେ ରଖାଯିବ ।