ଏହି ଫିଲ୍ମ ଜରିଆରେ ବଲିଉଡ୍କୁ କମବ୍ୟାକ୍ କରୁଛନ୍ତି ଅବନୀ ମୋଦି
ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ମଡେଲ୍ ତଥା ଅଭିନେତ୍ରୀ ଅବନୀ ମୋଦି । ଫିଲ୍ମ ‘ମୋଦି ଜୀ କି ବେଟି’ ଜରିଆରେ କମବ୍ୟାକ୍ କରୁଛନ୍ତି ଅବନୀ ମୋଦି ।୨୦୧୫ ମସିହାରେ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘କ୍ୟାଲେଣ୍ଡର ଗର୍ଲସ’ ଜରିଆରେ ସେ ସିନେ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା । ଗତ ୭ ବର୍ଷ ମଧ୍ୟରେ ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସକ୍ରିୟ ରହିଛନ୍ତି । କିନ୍ତୁ ବଲିଉଡ୍ରୁ ତାଙ୍କୁ କୌଣସି ଅଫର୍ ମିଳିନଥିଲା । ଏବେ ତାଙ୍କ ପାଇଁ ବଲିଉଡ୍ର ବିଗ୍ ଟିକେଟ୍ ହେବ ‘ମୋଦି ଜୀ କି ବେଟୀ’ ।
ଗୁଜରାଟର ଗାନ୍ଧିନଗରରେ ଜନ୍ମିତ ଅବନୀ ଅହମଦାବାଦରେ ଅଧ୍ୟୟନ ଶେଷ କରିଛନ୍ତି । କଲେଜରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଧୀରେ ଧୀରେ ଅଭିନୟ ପ୍ରତି ତାଙ୍କର ରୁଚି ବଢ଼ିଲା । ଶୋମୁ ମୁଖାର୍ଜୀଙ୍କର ଏକ ଫିଲ୍ମରେ ଜଣେ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ କାମ କଲେ । ଏହା ପରେ ତାଙ୍କ କ୍ୟାରିଅର୍ ଆଗକୁ ବଢ଼ିଲା । ସ୍ଥାନୀୟ ଚ୍ୟାନେଲ୍ରେ ଅଭିନୟ ସହିତ ବିଜ୍ଞାପନ ଓ ମଡେଲିଂରେ ନଜର ଆସିଲେ । ତା’ପରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ତାଙ୍କର ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ‘ଗୁଲାବ୍’ କାନାଡା ଇଣ୍ଟର୍ନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପାଇଥିଲା ।ଏହା ପରେ ଅବନୀଙ୍କ ଭାଗ୍ୟ ବଦଳିଗଲା।