Breaking PLUSଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ପୁଣି ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡା, ଜଗତସିଂହପୁର , ପୁରୀ , ଗଞ୍ଜାମ , ଖୋର୍ଦ୍ଧା, ଗଜପତି ଏବଂ ରାୟଗଡା ଜିଲ୍ଲା। ସେହିପରି ବାଲେଶ୍ଵର, ଭଦ୍ରକ , କଟକ, ଯାଜପୁର , ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେପହିପରି ୨୮ ଓ ୨୯ ଦୁଇ ଦିନ ପଶ୍ଚିମାଝଡ଼ ପ୍ରଭାବରେ ପଶ୍ଚିମ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୁଣି ପୂର୍ବାନୁମାନ କରିଛି।

Show More

Related Articles

Back to top button