
ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଭାଇରାଲ ହେଲା ନବମ ଶ୍ରେଣୀ ପ୍ରଶ୍ନପତ୍ର । ପରୀକ୍ଷାର କିଛି ସମୟ ପୂର୍ବରୁ ଡିଓ ମାଧ୍ୟମରେ ପ୍ରଶ୍ନ ଏବଂ ଉତ୍ତରକୁ ଏକ ଭିଡିଓ କରି ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରାଯାଇଛି । ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନବମ ଶ୍ରେଣୀ ସମ୍ମେଟିଭ ୱାନ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଏ ବିଷୟରେ ଆମେ ଅବଗତ ଅଛୁ । ୟୁଟ୍ୟୁବ ମାଧ୍ୟମରେ ଏହା ତାଙ୍କ ନଜରକୁ ଆସିଛି । ତେବେ କେଉଁଠୁ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି, ସେ ନେଇ ତଦନ୍ତ କରିବାକୁ ବୋର୍ଡ ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଅତ୍ୟନ୍ତ ଗୋପନୀୟ ଭାବେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ହୋଇ ସ୍କୁଲଗୁଡ଼ିକୁ ପଠାଯାଉଥିବା ପ୍ରଶ୍ନ କିଭଳି ବାହାରକୁ ଗଲା ଓ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଅପଲୋଡ୍ କରୁଥିବା ଲୋକଙ୍କ ନିକଟକୁ ଗଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି।