ମୁଖ୍ୟ ଖବରରାଜନୀତି

ବିହାରରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ ଶିବରାଜ ସିଂହ ଚୌହାନ ପର୍ଯ୍ୟବେକ୍ଷକ ନିଯୁକ୍ତ

 

ବିଜେପି ବିହାରରେ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଶିବରାଜ ସିଂହ ଚୌହାନଙ୍କୁ ନିଯୁକ୍ତ କରିଛି। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ସଂସଦୀୟ ବୋର୍ଡ ଏହି ନିଯୁକ୍ତିକୁ ଅନୁମୋଦନ କରିଛି।

ଶ୍ରୀ ଚୌହାନଙ୍କୁ ବିହାରରେ ବିଜେପି ବିଧାୟକ ଦଳ ନେତା ଚୟନର ସମ୍ପୂର୍ଣ୍ଣ ପ୍ରକ୍ରିୟା ତଦାରଖ କରିବା ଦାୟିତ୍ୱ ଦିଆଯାଇଛି ଏବଂ ସେ ଏହି ନେଇ ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିଥିବା ସୂଚନା ମିଳିଛି। ଏହା ସହିତ କିଏ ହେବେ ବିଜେପି ବିଧାୟକ ଦଳ ନେତା, ସେନେଇ ରାଜନୈତିକ ମହଳରେ କଳ୍ପନାଜଳ୍ପନା ବଢ଼ିଛି।

ଏହାରି ମଧ୍ୟରେ ନୀତିଶ କୁମାରଙ୍କ ରାଜନୈତିକ ପଦକ୍ଷେପ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି। ସେ ଏପ୍ରିଲ ୧୪ରେ ପାଟନାରେ ତାଙ୍କର ଶେଷ ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଥିବାବେଳେ, ଏପ୍ରିଲ ୧୦ରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।

ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବୋଲି ଆଶା କରାଯାଉଛି। ଏହା ଫଳରେ ବିହାରରେ ଏକ ନୂତନ ନେତୃତ୍ୱ ପାଇଁ ପଥ ପ୍ରସସ୍ତ ହେବା ସହ ରାଜନୀତିରେ ନୂଆ ସମୀକରଣ ଗଠିତ ହେବାର ସମ୍ଭାବନା ଜୋରଦାର ହୋଇଛି।

Show More

Related Articles

Back to top button