Breaking PLUSଓଡ଼ିଶାନିଯୁକ୍ତିମୁଖ୍ୟ ଖବରରାଜନୀତିଶିକ୍ଷା

ନଭେମ୍ବରରେ ସରିବ ଅଧ୍ୟାପକ ନିଯୁକ୍ତି, କୁଳପତିଙ୍କୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ତଥା କୁଳାଧିପତି ହରି ବାବୁ କମ୍ଭମପତି।

ଶନିବାର ଭୁବନେଶ୍ୱର ଲୋକ ଭବନର ‘ନୂଆ ଅଭିଷେକ ହଲ୍‌’ରେ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ନେଇ ଆୟୋଜିତ ବୈଠକରେ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ରାଜ୍ୟପାଳ କହିଥିଲେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପରେ ଖାଲି ଅଧ୍ୟାପକ ପଦବୀ ପୂରଣ କରିବା ଏବେ ପରବର୍ତ୍ତୀ ବଡ଼ ଆହ୍ୱାନ। ଦାୟିତ୍ୱ ଗ୍ରହଣ ପରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇଥିବା ଉଲ୍ଲେଖ କରି ସେ ଅଧ୍ୟାପକ ନିଯୁକ୍ତି ପାଇଁ ମଧ୍ୟ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସମୟବଦ୍ଧ ଭାବେ ପ୍ରକ୍ରିୟା ସାରିବାକୁ ସେ କୁଳପତିମାନଙ୍କୁ ଆହ୍ୱାନ କରିଥିଲେ।

Show More

Related Articles

Back to top button