Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଓଡ଼ିଶାରେ ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ: ପାଲି ଭାଷାର ଅଧ୍ୟୟନ ଓ ଗବେଷଣାକୁ ମିଳିବ ନୂଆ ପ୍ରୋତ୍ସାହନ। କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା (ସିୟୁଓ)ରେ ପାଲି ଭାଷା ପାଇଁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ଏନେଇ ଅନୁମୋଦନ ଦେଇଛି।

ଅକ୍ଟୋବର ୧ରେ ଜାରି ଅଫିସ ମେମୋରାଣ୍ଡମ ଅନୁଯାୟୀ, ଦେଶର ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆସାମୀୟ ପାଇଁ ତେଜପୁର ବିଶ୍ୱବିଦ୍ୟାଳୟ, ବଙ୍ଗଳା ପାଇଁ ବିଶ୍ୱଭାରତୀ, ମରାଠୀ ପାଇଁ ଡେକାନ କଲେଜ, ପାଲି ପାଇଁ ସିୟୁଓ ଏବଂ ପ୍ରାକୃତ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜରାଟକୁ ଚୟନ କରାଯାଇଛି।

ସିୟୁଓରେ ପ୍ରତିଷ୍ଠା ହେବାକୁ ଥିବା କେନ୍ଦ୍ର ମାଧ୍ୟମରେ ପାଲି ଭାଷା, ସାହିତ୍ୟ ଓ ଏହାର ଐତିହାସିକ ଐତିହ୍ୟ ଉପରେ ଗବେଷଣାକୁ ଗୁରୁତ୍ୱ ଦିଆଯିବ। ପୁରାତନ ପାଠ୍ୟ ଓ ଦସ୍ତାବିଜର ଡିଜିଟାଇଜେସନ, ସଂରକ୍ଷଣ ସହ ପାଲି ଭାଷାର ଜ୍ଞାନକୁ ବ୍ୟାପକ କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯିବ। ଏହି ପଦକ୍ଷେପ ଓଡ଼ିଶାରେ ପାଲି ଭାଷା ଅଧ୍ୟୟନ ଓ ଗବେଷଣାକୁ ନୂଆ ମଞ୍ଚ ଯୋଗାଇବ।

Show More

Related Articles

Back to top button