Breaking PLUSଓଡ଼ିଶାଦେଶରାଜନୀତି

ସଂସଦୀୟ ସ୍ଥାୟୀ କମିଟି ପୁନର୍ଗଠିତ, ବିଭିନ୍ନ କମିଟିରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ସାଂସଦ

 

ନୂଆଦିଲ୍ଲୀ: ୨୦୨୬-୨୭ ବର୍ଷ ପାଇଁ ସଂସଦର ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଛି। ସେପ୍ଟେମ୍ବର ୨୬ରୁ ଏହି ନୂଆ କମିଟିଗୁଡ଼ିକ କାର୍ଯ୍ୟକାରୀ ହୋଇଛି। ଏନେଇ ଶନିବାର ରାଜ୍ୟସଭା ପାର୍ଲାମେଣ୍ଟାରୀ ବୁଲେଟିନ୍‌ରେ ସୂଚନା ଦିଆଯାଇଛି।

ବାଣିଜ୍ୟ ସମ୍ବନ୍ଧୀୟ କମିଟିର ଅଧ୍ୟକ୍ଷ ଭାବେ ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀଙ୍କୁ ନିଯୁକ୍ତ କରାଯାଇଛି। ଏହି କମିଟିରେ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟସଭା ଓ ଲୋକସଭାର ମୋଟ ୩୧ ଜଣ ସଦସ୍ୟ ରହିଛନ୍ତି।

ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟିର ଅଧ୍ୟକ୍ଷ ମୁକୁଲ ୱାସନିକ ହୋଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ରାମଗୋପାଳ ଯାଦବଙ୍କୁ ଦାୟିତ୍ୱ ମିଳିଛି। ଗୃହ ବ୍ୟାପାର କମିଟିର ଅଧ୍ୟକ୍ଷ ରାଧାମୋହନ ଦାସ ଅଗ୍ରୱାଲ ଏବଂ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ରାଧାମୋହନ ସିଂହ ହୋଇଛନ୍ତି।

ଅର୍ଥ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ, ବିଦେଶ ବ୍ୟାପାର କମିଟିର ଅଧ୍ୟକ୍ଷ ଶଶୀ ଥରୁର ଏବଂ ରେଳ କମିଟିର ଅଧ୍ୟକ୍ଷ ସୁଧୀର ଗୁପ୍ତା ନିଯୁକ୍ତ ହୋଇଛନ୍ତି। ଏଥିସହ ଶିଳ୍ପ, କୃଷି, ଶକ୍ତି, ଯୋଗାଯୋଗ, ରସାୟନ ଓ ସାର, ପେଟ୍ରୋଲିୟମ, ଗ୍ରାମୀଣ ବିକାଶ ସମେତ ବିଭିନ୍ନ କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି।

ନୂଆ କମିଟିଗୁଡ଼ିକ ୨୦୨୬-୨୭ରେ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗର କାର୍ଯ୍ୟକଳାପ ଏବଂ ବିଭିନ୍ନ ବିଷୟର ସମୀକ୍ଷା କରି ଉଭୟ ଗୃହରେ ରିପୋର୍ଟ ଉପସ୍ଥାପନ କରିବେ।

Show More

Related Articles

Back to top button