Breaking PLUSଓଡ଼ିଶାମୁଖ୍ୟ ଖବର

ହିତାଧିକାରୀଙ୍କୁ ଚାଉଳ ସହିତ ମିଳିବ ଗହମ

ଭୁବନେଶ୍ୱର- ଏଣିକି ହିତାଧିକାରୀଙ୍କୁ ଚାଉଳ ସହିତ ମିଳିବ ଗହମ। ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଶନିବାର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ମନ୍ତ୍ରୀ ପାତ୍ର ଜଣାଇଛନ୍ତି।ବର୍ତ୍ତମାନ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଥିଲା। କିନ୍ତୁ ଗହମ ପାଇଁ ଲୋକଙ୍କ ଚାହିଦା ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button