ଓଡ଼ିଶାଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର

ଅଫେରା ପଥରେ ଗାୟିକା ନିର୍ମଳା ମିଶ୍ର‌

ଆଉ ନାହାଁନ୍ତି ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର‌‌ । ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗତ କାଲି ମଧ୍ୟରାତ୍ରିରେ ତାଙ୍କର ହୃଦଘାତ ହୋଇଥିଲା । ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଥିଲା। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

ନିର୍ମଳା ମିଶ୍ର ଓଡ଼ିଆ ଓ ବଙ୍ଗଳା ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ଆଜି ତାଙ୍କ ମୃତ ଶରୀରକୁ କୋଲକାତାର ରବୀନ୍ଦ୍ର ସଦନକୁ ନିଆଯିବ । ସେଠାରେ ତାଙ୍କର ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ତା’ପରେ ସ୍ଥାନୀୟ କୋରତାଲା ଶ୍ମଶାନରେରେ ତାଙ୍କର ଶେଷକୃତ କରାଯିବାକୁ ଯୋଜନା ରହିଛି।

ବଙ୍ଗଳାରେ ‘ଇମନ୍ ଏକତା ଝିନୁକ୍’, ‘ବୋଲୋ ଟୁ ଆର୍ସି’, ‘କାଗୋଜର ଫୁଲ ବୋଲେ’, ‘ଇ ବଙ୍ଗଳା ମାଟି ଚାୟ’ ଏବଂ ‘ଆମି ତୋମାର’ ପ୍ରଭୃତି ଗୀତକୁ ସେ ନିଜ ଅନ୍ଦାଜରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିଲେ। ଯେଉଁଥି ପାଇଁ ତାଙ୍କୁ ତାଙ୍କୁ ବାଲକୃଷ୍ଣ ଦାସ ପୁରସ୍କାର ମିଳିଥିଲା।

ସେ ଅଦିନ ମେଘ, ସ୍ତ୍ରୀ, ଘର ସଂସାର, ମେଘ ମୁକ୍ତି ପ୍ରଭୃତି ସିନେମାରେ କଣ୍ଠଦାନ କରିଥିଲେ । ତାଙ୍କର ଜନପ୍ରିୟ ଓଡ଼ିଆ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ., ଜୀବନ ଯମୁନାରେ ଜୁଆର ଉଠେରେ.., ମାୟା ଘେରା ମଧୁବନେ. ଯା ଯାରେ ଯା ମନପବନ ନଉକା., ମାୟାବିନି ଏଇ ରାତି., ନା ମାରନା.., ଛାଡ଼ ଛାଡ଼ ମୋର ଅଞ୍ଚଳ., ହେମହାରିଣୀ ମଥାରମଣି., ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି., ଢେଉ ଢେଉକା ପାହାଡ଼ ତଳେ., ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା., ଯୋଛନା ଲୁଚନା., ସଞ୍ଜ ସକାଳେ ତୁମ ଛବି ‌., ତୁମେ ଯଦି ସାଥୀ .., ସୁଲସୁଲିଆ. ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀ. ଓ ଏଇଚିକିମିକି ହସେ. ପ୍ରଭୃତି ରହିଛି।

Show More

Related Articles

Back to top button