Breaking PLUSଓଡ଼ିଶାମୁଖ୍ୟ ଖବର
ଆଶୁତୋଷଙ୍କ ପତ୍ନୀ ଓ ଶାଳକ ତଦନ୍ତ ପରିସରଭୁକ୍ତ – ବ୍ରହ୍ମପୁର SP

ବ୍ରହ୍ମପୁର : ବ୍ରହ୍ମପୁରର ବିଜିପୁର ସ୍ଥିତ ପୁଲିସ କ୍ବାର୍ଟରରେ ଆରଟିଓ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ଆତ୍ମହୁତି ଘଟଣା । ଆଶୁତୋଷ ନିଜ ପୁଲିସ କନଷ୍ଟେବଳ ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକ ଦିବସ ନାୟକ ହିଁ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ବୟାନ ଆଧାରରେ ପୁଲିସ ପତ୍ନୀ ସନ୍ଧ୍ୟା ସମେତ ତାଙ୍କ ଭାଇ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢାଇଛି। ଏପଟେ ଗତ ମାସରେ ଆଶୁତୋଷଙ୍କ ମାଡ ଓ ନିର୍ଯାତନା ଯୋଗୁ ସନ୍ଧ୍ୟାଙ୍କ ୩ ମାସର ଗର୍ଭ ନଷ୍ଟ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ମାମଲାର ଅଧିକ ତଦନ୍ତ ଓ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚର ସହାୟତା ନିଆଯିବ ବୋଲି କୁହାଯାଇଛି।



