ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ବିହାର ବାଚସ୍ପତି ବିଜୟ ସିହ୍ନା

ନୂଆଦିଲ୍ଲୀ : ବିହାର ବିଧାନସଭା ବାଚସ୍ପତି ବିଜୟ ସିହ୍ନା ଆଜି ତାଙ୍କ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଧାନସଭାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗୃହର ପ୍ରକ୍ରିୟା ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବିହାରରେ ବିଧାନସଭାରେ ନୀତୀଶ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ସିବିଆଇ ଦୁଇ ଆରଜେଡି ସାଂସଦ, ଏମଏଲସି ସମେତ ଅନେକ ନେତାଙ୍କ ଘରେ ଚଢାଉ କରିଛି । ସିବିଆଇର ବିଭିନ୍ନ ଟିମ୍ ଆଜି ସକାଳେ ଆରଜେଡି ରାଜ୍ୟସଭା ସାଂସଦ ଆଶଫାକ କରିମ, ଫାୟାଜ ଅହମ୍ମଦ, ଏମଏଲସି ସୁନୀଲ ସିଂ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ବାସଭବନରେ ଚଢାଉ କରିଥିଲେ । କୁହାଯାଉଛି ଯେ ରେଳବାଇରେ ଜମି ବଦଳରେ ଚାକିରି ଦେବା ଘଟଣାରେ ସିବିଆଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଚଢାଉ କରିଛି ।

 

Show More

Related Articles

Back to top button