Breaking PLUSଦେଶମୁଖ୍ୟ ଖବରରାଜନୀତି

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ପାଟଣା- ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ଆସନ ପାଇଁ ଆଜି ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଛି। ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ହେବ। ପ୍ରାୟ 3.75 କୋଟିରୁ ଅଧିକ ମତଦାତା 1314 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ରହିବ।

ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ୪,୫୦,୦୦୦ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ୍‌ ସିଟ୍‌ ରହିଛି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ୧୮ଜଣ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଆଜିର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ତେଜସ୍ୱୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବ, ତେଜ ପ୍ରତାପ ଯାଦବ, ଅନନ୍ତ ସିଂହ, ରିତେଶ ପାଣ୍ଡେ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା ।

Show More

Related Articles

Back to top button