Breaking PLUSଓଡ଼ିଶାମୁଖ୍ୟ ଖବର
ଭାରସାମ୍ୟ ହରାଇ ଢାବାରେ ପଶିଗଲା କାର୍; ୨ ମୃତ

ବୀରମିତ୍ରପୁର: ଭାରସାମ୍ୟ ହରାଇ ଢାବାରେ ପଶିଗଲା କାର୍ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏନ୍ଏଚ୍ ୧୪୩ ଯମୁନାଢିପା ରାସ୍ତାକଡ଼ ଢାବାରେ ପଶିଯାଇଛି କାର୍ । ଦୁର୍ଘଟଣାରେ ଆଉ ଜଣେ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।
ବୀରମିତ୍ରପୁରରୁ ରାଉରକେଲା ଆସୁଥିବା ଏକ କାର ଯମୁନାନାକି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ଢାବା ଭିତରକୁ ପଶି ଯାଇଥିଲା ।
ଦୁର୍ଘଟଣାରେ କାର୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ। ଗୁରୁତର ହୋଇଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଜଣ ରାଉରକେଲା ଟିସିଆଇ ଅଞ୍ଚଳର ବୋଲି ସୂଚନା ମିଳିଛି । ଖବର ପାଇ ବିରମିତ୍ରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।



