ଦେଶରାଜନୀତି

‘ସୋନାର ବାଙ୍ଗଲା’ ଗଢ଼ିବ ବିଜେପି ସରକାର: ସୁକାନ୍ତ ମଜୁମଦାର

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ପରେ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ‘ଡବଲ୍ ଇଞ୍ଜିନ୍’ ସରକାର ରାଜ୍ୟକୁ ବିକାଶର ନୂଆ ପଥରେ ନେବ ଏବଂ ‘ସୋନାର ବାଙ୍ଗଲା’ ଗଢ଼ାଯିବ।
ଶନିବାର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୁକାନ୍ତ ମଜୁମଦାର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟର ସର୍ବାଙ୍ଗୀଣ ବିକାଶ ହେବ।
ଶପଥ ଗ୍ରହଣ ପରେ ଶୁଭେନ୍ଦୁ ଅଧିକାରୀ ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମଜୟନ୍ତୀ ଅବସରରେ ଜୋରାସାଂକୋ ଠାକୁରବାଡ଼ିକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ, ରବୀନ୍ଦ୍ରନାଥଙ୍କ ଆଦର୍ଶ ଓ ସଂବିଧାନର ମୂଲ୍ୟବୋଧ ଅନୁଯାୟୀ ନୂଆ ସରକାର କାର୍ଯ୍ୟ କରିବ।
ସେହିପରି ତୃଣମୂଳ କଂଗ୍ରେସ ସରକାରକୁ ଆକ୍ରମଣ କରି ଶୁଭେନ୍ଦୁ କହିଥିଲେ ଯେ, ପୂର୍ବତନ ସରକାର ସମୟରେ ରାଜ୍ୟର ଶିକ୍ଷା, ସଂସ୍କୃତି ଓ ପ୍ରଶାସନ ପ୍ରଭାବିତ ହୋଇଥିଲା। ନୂଆ ସରକାର ପଶ୍ଚିମବଙ୍ଗକୁ ନୂଆ ଦିଗ ଦେବାକୁ କାମ କରିବ।

Show More

Related Articles

Back to top button