ଜାତୀୟ ପତକାକୁ ଅପମାନ କରି ଫସିଲେ ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହି

ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହି। ତାଙ୍କ ଗ୍ଲାମରସ୍ ଲୁକ୍କୁ ନେଇ ଦେଶ ତଥା ବିଦେଶରେ ମଧ୍ୟ ବେଶ୍ ଚର୍ଚ୍ଚା। ନିଜର କିଲ୍ର ଡ୍ୟାନ୍ସ ମୁଭ୍ ଦେଖାଇ ସେ ଲକ୍ଷ ଲକ୍ଷ ଫ୍ୟାନ୍ମାନଙ୍କୁ ଦିୱାନା କରନ୍ତି। ନୋରାଙ୍କ ଏହି ପପୁଲାରିଟି ଯୋଗୁଁ ସେ କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ରେ ପର୍ଫର୍ମ କରିବାର ସୁଯୋଗ ପାଇଥିଲେ। ଫିଫା ବିଶ୍ୱକପର ଫ୍ୟାନ୍ ଫେଷ୍ଟିଭାଲରେ ନୋରା ଏକ ଜବରଦସ୍ତ ଡ୍ୟାନ୍ସ ପରିବେଷଣ କରିଥିଲେ। ମଞ୍ଚ ଉପରେ ହାତରେ ତ୍ରିରଙ୍ଗା ଧରି ନୋରା ଜୟ ହିନ୍ଦ ସ୍ଲୋଗାନ ମଧ୍ୟ ଦେଇଥିଲେ। କିନ୍ତୁ ଏହି ସମୟରେ ଏକ ବଡ ଭୁଲ କରି ବସିଥିଲେ ନୋର। ଏଥିପାଇଁ ସେ ଏବେ ଚାରିଆଡୁ ଟ୍ରୋଲ୍ର ଶିକାର ହୋଇଛନ୍ତି।
ଫିଫା ୱାର୍ଲ୍ଡକପ୍ରେ ନୋରା ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ନୋରା ଜାତୀୟ ପତକାକୁ ଅପମାନ କରିଥିବା କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନେରା ଖଚାଖଚ ଭିଡରେ ଭର୍ତ୍ତି ଷ୍ଟାଡିଅମର ଏକ ମଞ୍ଚ ଉପରେ ଠିଆ ହୋଇ ଜୟ ହିନ୍ଦର ନାରା ଲଗାଉଛନ୍ତି।
ସେ କହୁଛନ୍ତି ଭାରତ ହୁଏତ ଫିଫା ବିଶ୍ୱକପରେ ନଥାଇପାରେ, କିନ୍ତୁ ଆମେ ଏହି ଉତ୍ସବର ଏକ ଅଂଶ। ଆମ ସଙ୍ଗୀତରୁ, ନୃତ୍ୟରୁ ଭାରତ ଏଠାରେ ଉପସ୍ଥିତ। ସେଠାରେ ଉପସ୍ଥିତ ଲୋକମାନେ ନୋରାଙ୍କ ଏହି କଥା ଶୁଣିବା ପରେ ଉତ୍ସାହିତ ହୋଇପଡୁଛନ୍ତି। ନୋରାଙ୍କ ସହ ମିଶି ଦର୍ଶକମାନେ ମଧ୍ୟ ଜୟ ହିନ୍ଦ ନାରା ଲଗାଉଛନ୍ତି। ପୂରା ଷ୍ଟାଡିୟମ ଭାରତ ଭାରତ ସ୍ଲୋଗାନରେ କମ୍ପି ଉଠୁଛି।