Breaking PLUSଅପରାଧମୁଖ୍ୟ ଖବର

ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ଭୁବନେଶ୍ୱର ତମାଣ୍ଡୋରେ ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍। ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୋଲିସ। ଲକ୍ଷ ଲକ୍ଷ ଟଙ୍କାର ଗୁମର ଖୋଲିବାକୁ ତମାଣ୍ଡୋ ପୋଲିସ ଜେରା କରୁଛି। ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଲେଡି ଆକାଉଣ୍ଟାଣ୍ଟଙ୍କଠୁ ୯୭ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲା ଅଭିଯୁକ୍ତ ବିକାଶ। ଠକାମୀର ଶିକାର ହୋଇଥିବା ଆକାଉଣ୍ଟାଣ୍ଟ ଜଣକ ତମାଣ୍ଡୋରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର । ସୂଚନା ଅନୁଯାୟୀ, କଲେଜ ଟଙ୍କାକୁ ସଂପୃକ୍ତ ବୟଫ୍ରେଣ୍ଡକୁ ପଠାଇଥିଲେ ଲେଡି ଆକାଉଣ୍ଟାଣ୍ଟ ଜଣକ। ଅଭିଯୁକ୍ତ ଯୁବକଙ୍କ ଘର ଝାଡ଼ଖଣ୍ଡରେ। ଘରୋଇ ଇଞ୍ଜିନିୟରିଂ କଲେଜର ସେ ପୂର୍ବତନ ଛାତ୍ର ଥିଲେ। ବୟସରେ ସାନ ହେଲେ ବି ଆକାଉଣ୍ଟାଣ୍ଟ ପାୟଲଙ୍କ ସହ ତାଙ୍କର ଥିଲା ଘନିଷ୍ଠ ସଂପର୍କ। ଆଉ ସେହି ସମ୍ପର୍କକୁ ଆଧାର କରି ବିକାଶ କୁମାର ବିଭିନ୍ନ ସମୟରେ ନାନା ଅସୁବିଧାର ବାହାନା ଦେଖାଇ ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା। ୯୭ ଲକ୍ଷ ଟଙ୍କା ନେଇସାରିବା ପରେ ଆଉ ଧରାଛୁଆଁ ଦେଉନାହାନ୍ତି ଅଭିଯୁକ୍ତ ।

Show More

Related Articles

Back to top button