Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବ୍ରେକଡାନ୍ସ ଦୋଳି ହେଲା କାଳ : ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ

କୋରାପୁଟ୍ : ଦୋଳି ଖେଳିବାବେଳେ ଚାଲିଗଲା କୁନି ଝିଅର ଜୀବନ । ଏମିତି ଏକ ଘଟଣା ସମସ୍ତଙ୍କୁ ଆଚମ୍ୱିତ କରିଛି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ରେ । ରଥଯାତ୍ରାରେ ପଡିଥିଲା ବ୍ରେକଡାନ୍ସ ଦୋଳି । କୁନି ଝିଅ ମଧ୍ୟ ଦୋଳିରେ ବସି ଖେଳିବାକୁ ଇଛା କରିଥିଲା ।ସୂଚନାଅନୁସାରେ, ଦୋଳି ଖେଳୁଥିବାବେଳେ କୁନି ଝିଅଟି ଦୋଳିର ଝୁଲିବାକୁ ସହ୍ୟ କରିପାରିଲାନାହିଁ । ଯାହା ଫଳରେ ଦୃଦଘାତରେ ୧୩ବର୍ଷିୟା ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ମହମଦ ୟାକୁବଙ୍କ ଝିଅ ଆଲଫିଆ ବାନ । କୋରାପୁଟ ରଥଯାତ୍ରାରେ ପଡିଥିବା ମିନାବଜାର ବ୍ରେକଡେନ୍ସରେ ଆଲଫିଆ ବାନ ଥିଲା ଉକ୍ତ ନାବାଳିକା । ଦୋଳିରେ ବସିଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Show More

Related Articles

Back to top button