Breaking PLUSଓଡ଼ିଶାମୁଖ୍ୟ ଖବର
୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ

ଭୁବନେଶ୍ବର- ରାଜଧାନୀରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଛି । ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଛନ୍ତି । ଦାମୀ କାର୍ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ ହୋଇଛନ୍ତି । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି ।