ମୁଖ୍ୟ ଖବର
ଦୀପାବଳିରେ ଶସ୍ତାରେ କିଣନ୍ତୁ ସୁନା

ଧନତେରାସ ଓ ଦୀପାବଳି ଅବସରରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଆଜି ସକାଳ ୯ଟା ୧୬ରେ Multi Commodity Exchange(MCX)ରେ ସୁନା ୦.୨୨% ଅର୍ଥାତ୍ ୧୦୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୭୯୬ ଟଙ୍କାରେ କାରବାର ଚାଲିଥିଲା । ସେହିପରି ରୂପା ଆଜି ସକାଳେ ୦.୨୯% ଅର୍ଥାତ୍ ୧୯୧ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୬୪,୬୦୦ ଟଙ୍କାରେ କାରବାର ଚାଲିଥିଲା । ଅନ୍ତଃର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୪,୭୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୪,୮୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୫୦୦ ଟଙ୍କା ରହିଛି ।