
ଆଠଗଡ଼ ଥାନା ଅନ୍ତର୍ଗତ ବାଉଁଶଦଣ୍ଡା ଛକ ନିକଟରେ ଟ୍ରକ୍ ସହ ବାଇକ୍ ମୁହାମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍ ଚାଳକ ଜଣଙ୍କ ବନ୍ଧହଟା ବାଲିସାହି ଗ୍ରାମର ଭିକାରୀ ସ୍ୱାଇଁ ବୋଲି ସୂଚନା ମିଳିଛି ।
ସେ ନିଜ କାମସାରି ଘରକୁ ଫେରୁଥିବା ବେଳେ ଅପର ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭିକାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।