ସି.ଏଫ.ଏ.ଆର୍ ଦ୍ୱାରା ଘରୋଇ ଶ୍ରମିକ ଦିବସ ପାଳନ

ଭୂବନେଶ୍ୱର -ତା.୨୯-୦୬-୨୦୨୨ ରିଖ ଦିବା ୧୦ ଘ.ଠାରୁ ଅପରାହ୍ନ ୦୪ ଘ. ପର୍ଯ୍ୟନ୍ତ ୮ନମ୍ୱର ସ୍ଥିତ ୱାଇ.ଏମ୍.ସି.ଏ ସଭା ଗୃହରେ ସି.ଏଫ୍.ଏ.ଆର ତରଫରୁ ଆନ୍ତର୍ଜାତିକ ଘରୋଇଶ୍ରମିକ ଦିବସ ମହା ସମହାରୋହରେ ପାଳିତ ହୋଇ ଯାଇଛି । ଜୁନ୍ 16 ତାରିଖ କୁ ସାରା ବିଶ୍ୱ ଘରୋଇ ଦିବସ ରୂପେ ପାଳନ କରିଥିବା ବେଳେ ସି.ଏ.ଏଫ.ଆର ଆଜି ଏଦିବସକୁ ମହା ଆଡମ୍ୱରରେ ପାଳନ କରିଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟାନ୍ୟ ମହାମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରକ୍ଳଳନ କରି କାଯ୍ୟକ୍ରମ କୁ ଉଦଘାଟନ କରଯାଇଥିଲା । ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଘରୋଇ ଶ୍ରମିକ ମାନଙ୍କର କର୍ମକୁ ଭୁରି ଭୁରି ପ୍ରଶଂସା କରିବା ସହିତ ସେମାନଙ୍କର ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସଚ୍ଛଳତା ଦିଗରେ ସହଯୋଗର ହାତ ବଢାଇବେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ( ଅଧ୍ୟକ୍ଷା -ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ) ଘରୋଇ ଶ୍ରମିକଙ୍କର ଶିଶୁମାନେ କିଭଳି ଘରୋଇ ଶ୍ରମିକରେ ପରିଣତ ନହୋଇ ଶିକ୍ଷା ଅଧିକାର ଆଇନ୍ ବଳରେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠା ଲାଭ କରିବେ ସେ ବିଷୟରେ ଧ୍ୟାନ ଦେଉଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଯତ୍ନଶୀଳ ହେବେ ବୋଲି ଦୃଢ ମତ ପୋଷଣ କରିଥିଲେ । ଶ୍ରୀମତିକସ୍ତୁରୀ ମହାପାତ୍ର ଘରୋଇ ଶ୍ରମିକଙ୍କର ଆତ୍ମ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା , ସାମାଜିକ ଅଧିକାର ସୁନିଶ୍ଚିତ କରିବା ଏବଂ ଆର୍ଥିକ ଅନଗ୍ରସତାର ସ୍ୱଚ୍ଛଳତା ଦିଗରେ ଆକୂଣ୍ଠ ସମର୍ଥନ ଦେବାରେ ପ୍ରତିଶ୍ରୃତି ଦେଇଥିଲେ । ଜିଲ୍ଲାଶ୍ରମ କାଯ୍ୟାଳୟରୁ ସହଶ୍ରମ ଅଧିକାରୀ ରୂପେ ମିସ୍ ପ୍ରଜ୍ଞା ପରମିତା ସାହୁ , ମିସ୍ ମୋନାଲିସା ଜେନା ମିସ୍ ରଶ୍ମିତା କୁମାରି ପାତ୍ର ଏବଂ ଶ୍ରୀ ଚନ୍ଦନ ମାଝି ଉପସ୍ଥିତ ରହି ସରକାଙ୍କ ତରଫରୁ ଘରୋଇ ଶ୍ରମିକ ମାନଙ୍କ ପାଇଁ ଥିବା ଅନ୍ ଲାଇନ୍ ସୁବିଧା ଗୁଡିକ ସପଂର୍କ ରେ ଆଲୋକପାତ କରିଥିଲେ ଏବଂ ସି.ଫାର୍ ଦ୍ୱାରା ନିଯୁକ୍ତି ଦିଆଯାଇଥିବା ଇ.ମିତ୍ରା ସଂଯୋଜିକା , ସିଙ୍ଗିଲ୍ ୱିଣ୍ଡୋ ଫୋରମ୍ ମେମ୍ୱର ଏବଂ ଇ.ମିତ୍ରା ଫ୍ୟାସିଲିଟେର୍ ମାନଙ୍କୁ ଶ୍ରମିକ ମାନଙ୍କ ପାଇଁ ଥିବା ଅନ୍ ଲାଇନ୍ ସେବା ଉପରେ ତାଲିମ୍ ଦେବା ପାଇଁ ସ୍ୱୀକୃତି ଦେଇଥିଲେ । ଘରୋଇ ଶ୍ରମିକ ନେତ୍ରୀ ଶ୍ରୀମତୀ ଫୂଲମତି ଦିଗଲ ଏବଂ ଭୂବନେଶ୍ୱର ୧୯ ଟି ୱାର୍ଡ ରୁ ପ୍ରାୟ ୧00 ରୁ ଉର୍ଦ୍ଧ୍ୱ ଘରୋଇ କର୍ମି ବା ଘରୋଇ ଶ୍ରମିକ ଉପସ୍ଥିତ ରହି ଘରୋଇ ଶ୍ରମିକ ମାନଙ୍କ ପାଇଁ ଥିବା ଏକ କଲ୍ୟାଣ ବୋର୍ଡ କିଭଳି ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ ଏବଂ କିଭଳି ନିର୍ମାଣ ଶ୍ରମିକ ମାନଙ୍କ ଘରୋଇ ଶ୍ରମିକମାନେ ମାତୃତ୍ୱ ସହାୟତା , ବିବାହ ସହାୟତା,ଶିକ୍ଷା ସହାୟତା,ମୃତ୍ୟୁକାଳୀନ ସହାୟତା ସାଇକେଲ୍ ସହାୟତା , ଦକ୍ଷତା ବିକାଶ ତାଲିମ୍ ଇତ୍ୟାଦି ଯୋଗାଇ ଦେବା ପାଇଁ ବୋର୍ଡ ଅଧିକାରୀ ସହ ଶ୍ରମ ଅଧିକାରୀ ଏବଂ ମାନ୍ୟବର ବିଧାୟକଙ୍କୁ ନିବେଦନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପରିଡା ଏବଂ ଶ୍ରୀଯୁକ୍ତ ବିରେନ୍ଦ୍ର ପ୍ରସାଦ ଦାସ ଘରୋଇ ଶ୍ରମିକମାନଙ୍କ ଦାବି ବା ନିବେଦନକୁ ଗ୍ରହଣ କରି ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ କି , ଘରୋଇ ଶ୍ରମିକମାନଙ୍କ ପାଇଁ ହୋଇଥିବା କଲ୍ୟାଣବୋର୍ଡ ଶତପ୍ରତିଶତ କାର୍ଯ୍ୟକ୍ତମ କରିବ , ଘରୋଇ ଶ୍ରମିକମାନଙ୍କର ସାମାଜିକ ନିରାପତ୍ତା,ସ୍ୱାସ୍ଥ୍ୟଭିତ୍ତିକ ସୁବିଧା ଏବଂ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଥିବା ଅନୁରୂପ ସହାୟତା ଯୋଗାଇଦେବାପାଇଁ ଆମ୍ଭେ ୟୁନିୟନ୍ ମାଧ୍ୟମରେ ସରକାରଙ୍କ ପାଖରେ ଦାବି ରଖିଛୁ କିନ୍ତୁ ଏହାର ସଫଳ ରୁପାୟନ ନିମନ୍ତେ ଆମ୍ଭେ ଆହୁରି ଯତ୍ନବାନ୍ ହେବୁ । ପରେ ପରେ ସି.ଏଫ.ଏ.ଆର୍ ତରଫରୁ ଘରୋଇ ଶ୍ରମିକମାନଙ୍କ ଦାବିକୁ ଏକ ମଞ୍ଚ ବା ସଂଘ ମାଧ୍ୟମରେ ଦେବାପାଇଁ ନିଷ୍ପତ୍ତି ନିଆଗଲା । ଏବଂ ଏକ ସଂଘ ମଧ୍ୟ ତିଆରି କରାଯାଇଥିଲା ।
ଶ୍ରୀମତୀ ମମକା ସିଂ (ରାଜ୍ୟପ୍ରକଳ୍ପ ପରିଚାଲିକା-ସି.ଫାର୍ ) ଘରୋଇ ଶ୍ରମିକମାନଙ୍କର ଅଧିକାର ଦିଗରେ ସି.ଏଫ.ଏ.ଆର୍ ର କାର୍ଯ୍ୟଶୈଳୀ ଏବଂ ବସ୍ତି ସ୍ଥରରେ ବସ୍ତିବାସିନ୍ଦାଙ୍କର ସାମାଜିକ ସୁରକ୍ଷା,ସ୍ୱାସ୍ଥ୍ୟଗତ ସୁବିଧା,ଖାଦ୍ୟ ନିରାପତ୍ତା,ଜୀବନ ଜୀବିକା ଏବଂ ମୌଳିକ ସୁବିଧାଗୁଡିକୁ ସୁନିଶ୍ଚିତ କରିବା ଦିଗରେ ସଂଗଠନର କର୍ମୀମାନଙ୍କ ଦ୍ୱାରା ନିରବଚ୍ଛିନ କର୍ମ ନିପୁଣତା ଖୁବ୍ ସୁନ୍ଦର ଭାବରେ ପରିପ୍ରକାଶ କରିବା ସହିତ ସମଗ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ପରିଚାଳନାରେ ସହାୟତା କରିତିଲେ ଶ୍ରୀମତି ଦେବସ୍ମିତା ରାଉତ୍,ସୁଶ୍ରୀ ଅଭିଲିପ୍ସା ଜେନା,ସୁଶ୍ରୀ ଅପ୍ସିତା ପ୍ରିୟଦର୍ଶନୀ,ଶ୍ରୀମତି ମୋନାଲିସା ସାହୁ,ଶ୍ରୀ ସୁକାନ୍ତ କୁମାର ସାହୁ ଏବଂ ଶ୍ରୀ ମନୋଜ କୁମାର ପରିଡା
ପରିଶେଷରେ ସୁଶ୍ରୀ ବିଷ୍ଣୁପ୍ରିୟା ସାହୁ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରିଥିଲେ ।