ନୂଆଦିଲ୍ଲୀ: ସୀମାରେ ଦାଦାଗିରି, ସାଇବର କ୍ଷେତ୍ରରେ ମଧ୍ୟ ବଦମାସି। ଦିଲ୍ଲୀ ଏମସ୍ର ସର୍ଭରକୁ ଚାଇନା ହ୍ୟାକ କରିଥିବା ଜଣାପଡ଼ିଛି। ସକରାରୀ ସୂତ୍ରରୁ ଏହି ତଥ୍ୟ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରୁ (୪୦ଟି ଫିଜିକାଲ ଓ ୬୦ଟି ଭର୍ଚୁଆଲ) ୫ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ତେବେ ଚାଇନାର ଗଫଲତି ପାଇଁ ଦିଲ୍ଲୀ ଏମସ୍ରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଥିଲା କିନ୍ତୁ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିଛି। ତଥାପି ଲକ୍ଷାଧିକ ରୋଗୀଙ୍କ ତଥ୍ୟକୁ ଗାଏବ କରାଯାଇଥିବା ସୂଚନା ମିଳିଛି। ଆଇଏଫ୍ଏସ୍ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍ ହୋଇଥିଲା। ଏହି ଡାଟା ଡାର୍କ ୱେବ୍ର ମୁଖ୍ୟ ଡୋମେନ୍ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍ ହୋଇଥିବା ଆଶଙ୍କା କରାଯାଉଛି।
ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍ର ୨ ରାନ୍ସମ୍ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟ (ଡିଇଭି-୦୪୦୧) ର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି। ଏହା ୱାନାରେନ ନାମକ ରାନ୍ସମ୍ୱାରର ନୂଆ ଭର୍ସନ। ହ୍ୟାକର୍ସମାନେ ଡାଟା ବିକ୍ରି କରିବା ପାଇଁ ଏହାକୁ ଡାର୍କ ୱେବରେ ଅପ୍ଲୋଡ କରିଥିବା କୁହାଯାଉଛି। କାରଣ ସେମାନଙ୍କ ଦାବି ପୂରଣ ହୋଇ ନ ଥିଲା।
ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଛି। ଗତ ନଭେମ୍ବରରା ସର୍ଭର ଡାଉନ୍ ଯୋଗୁ ଦିଲ୍ଲୀ ଏମସ୍ର ମେଡିକାଲ ସେବା ଗୁରୁତର ପ୍ରଭାବିତ ହୋଇଥିଲା। ସେତେବେଳେ ପ୍ରାୟ ୯ ଘଣ୍ଟା ଧରି ମେଡିକ ସେବା ବ୍ୟହତ ହୋଥିଲା।