ଓଡ଼ିଶା
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ

ନନ୍ଦନକାନନ ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ ନେଇଛି। ଛୁଆଟି ୧୧ ମାର୍ଚ୍ଚରେ ଅଣ୍ଡାରୁ ସଫଳତାର ସହ ବାହାରିଥିଲା ଏବଂ ବର୍ତ୍ତମାନ ସୁସ୍ଥ ଅଛି। ଛୁଆକୁ ୨୪ ଘଣ୍ଟିଆ CCTV ନଜରରେ ରଖାଯାଇଛି।
ଏହି ଜନ୍ମ ପରେ, ନନ୍ଦନକାନନରେ ଲମ୍ବା ଥଣ୍ଟିଆର ସଂଖ୍ୟା ୧୧ ହୋଇଛି। ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ହିଟ୍ ୱେଭ୍ ଦୃଷ୍ଟିରେ ରଖି, ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି।



