ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆତଙ୍କବାଦୀ ଦମନ ଅଭିଯାନରେ ଭାରତ ପାଇଁ ପୁଣି କଣ୍ଟା ସାଜିଛି ଚାଇନା

ନୂଆଦିଲ୍ଲୀ: ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା। ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି। ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ଆଣିଥିବା ପ୍ରସ୍ତାବରେ ଅସମ୍ମତି ପ୍ରକାଶ କରିଛି। ଏହି ପ୍ରସ୍ତାବକୁ ଅଟକାଛି ଚାଇନା। ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବେଜିଂର ଚତୁର୍ଥ ଥର ପାଇଁ ଏଭଳି ଆଭିମୁଖ୍ୟ ସାମ୍ନାକୁ ଆସିଛି। ବିଶ୍ୱଦରବାରେ ଆତଙ୍କବାଦୀ ସଙ୍କଠନକୁ କଳାତାଲିକାଭୁକ୍ତ କରିବାରେ ବେଜିଂ ବାଧକ ସାଜିଛି।  ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆଲୋଚନା ପାଇଁ ଭାରତ ଏକ ପ୍ରସ୍ତାବ ଦେଇଥିଲା। ହେଲେ ଚାଇନା ତାର ଭିଟୋ ପାୱାର ପ୍ରୟୋଗ କରି ଏହି ଆଲୋଚନାକୁ ଅଟକାଇଛି। ତେବେ ୟୁଏସ ଟ୍ରେଜେରୀ ଡିପାର୍ଟମେଣଣ୍ଟ ୨୦୧୬ରେ ମହମ୍ମଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ପୂର୍ବରୁ ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି। ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ ରୋକ ଲଗାଇଥିଲା। ଜାତିସଂଘ ସୁରକ୍ଷା ପରିଷଦର ଅଲ କାଏଦା କଟକଣା କମିଟି ୧୨୬୭ ଅଧୀନରେ ଆମେରିକା ଓ ଭାରତ ସମର୍ଥନରେ ମୀରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ଦ୍ୱାରା ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ସହ ତା’ର ସମ୍ପତ୍ତିକୁ ଜବତ ଓ ଯାତ୍ରା ଉପରେ ବ୍ୟାନ ଲଗାଯାଇଥାଆନ୍ତା। ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି।

Show More

Related Articles

Back to top button