ଅପରାଧଆଇନ କାନୁନମୁଖ୍ୟ ଖବର

ଜୟଲଳିତାଙ୍କ ମୃତ୍ୟୁ ପଛରେ ମୋର ହାତ ନାହିଁ : ଶଶିକଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତାଙ୍କ ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି  ତାଙ୍କ ଘନିଷ୍ଠ ବନ୍ଧୁ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା। ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି। ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ। ୨୦୧୬ ସେପ୍ଟେମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା । ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସିନଥିଲା । ଜୟଲଳିତାଙ୍କ ମୃତ୍ୟୁ ଉପରେ ତଦନ୍ତ ପାଇଁ  ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ ଗଠନ ହୋଇଥିଲା । ମୃତ୍ୟୁର କାରଣ ସଂପର୍କରେ ଜାଣିବା ପାଇଁ ଗଠନ ହୋଇଥିବା ଜଷ୍ଟିସ ଏ. ଆରମୁଗାସ୍ୱାମୀ ତଦନ୍ତ କମିସନ ରିପୋର୍ଟରେ ଶଶିକଳାଙ୍କୁ ଦାୟୀ କରାଯାଇଛି। ଏଥିସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମ ମୋହନ ରାଓ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ପାଇଁ କମିସନ ସୁପାରିସ କରିଛନ୍ତି । ଆପୋଲୋ ହସ୍ପିଟାଲ ଅନୁଯାୟୀ, ଜୟଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବର ୫ ତାରିଖ ରାତି ୧୧ଟା ୩୦ରେ ହୋଇଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଡିସେମ୍ବର ୪ ତାରିଖ ଅପରାହ୍ନ ୩ଟାରୁ ୩ଟା ୫୦ ମଧ୍ୟରେ ଜଳଲଳିତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ମୃତ୍ୟୁ ଘୋଷଣା ବିଳମ୍ବ କରାଯାଇଥିଲା। ମୃତ୍ୟୁ ସମୟକୁ ଏପଟସେପଟ କରିବା ପାଇଁ ଷ୍ଟର୍ଣ୍ଣୋଟୋମି ଓ ସିପିଆର୍ ଆଦି କରାଯାଇଥିଲା।

Show More

Related Articles

Back to top button