
ନୂଆଦିଲ୍ଲୀ: ଭାରତରେ ବିକ୍ରି ହେଉଥିବା ସ୍ମାର୍ଟଫୋନଗୁଡ଼ିକରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ଯୋଜନାକୁ ବାତିଲ କରିଦେଇଛନ୍ତି। ପୂର୍ବରୁ ପ୍ରତ୍ୟେକ ଫୋନରେ ଡିଫଲ୍ଟ ଭାବରେ ଆଧାର ଆପ୍ ରହିବାକୁ ପ୍ରସ୍ତାବ ଥିଲା, ଯାହା ଦ୍ୱାରା ବ୍ୟବହାରକାରୀଙ୍କୁ ଆଲଗାଭାବେ ଡାଉନଲୋଡ୍ କରିବାକୁ ପଡିବ ନଥିଲା।
ଏହି ପ୍ରସ୍ତାବକୁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) IT ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା। କିନ୍ତୁ ସ୍ମାର୍ଟଫୋନ ନିର୍ମାତା ଓ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା ପରେ ସରକାର ଏହାକୁ ଆଗକୁ ନେବାରୁ ପଛହଟିଛନ୍ତି। ରିପୋର୍ଟ ଅନୁଯାୟୀ, IT ମନ୍ତ୍ରଣାଳୟ ମଧ୍ୟ ଏହି ବାଧ୍ୟତାମୂଳକ ପଦକ୍ଷେପ ପକ୍ଷରେ ନଥିଲା।
ଯଦି ଏହି ଯୋଜନା କାର୍ଯ୍ୟକାରୀ ହୋଇଥାନ୍ତା, ତେବେ Apple ଓ Samsung ସମେତ ସମସ୍ତ ସ୍ମାର୍ଟଫୋନ କମ୍ପାନୀଙ୍କୁ ତାଙ୍କ ଡିଭାଇସରେ ପୂର୍ବରୁ ଆଧାର ଆପ୍ ସଂସ୍ଥାପନ କରିବାକୁ ପଡୁଥାନ୍ତା। ତେବେ ଏହାକୁ ନେଇ ବଡ଼ ବଡ଼ କମ୍ପାନୀମାନଙ୍କ ପକ୍ଷରୁ ବିରୋଧ ଦେଖାଯାଇଥିଲା।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବ୍ୟବହାରକାରୀମାନେ ଆଗରୁ ଯେପରି ଚାହିଲେ ସେପରି ଆଧାର ଆପ୍କୁ ନିଜେ ଡାଉନଲୋଡ୍ କରିପାରିବେ।


