ଅପରାଧମୁଖ୍ୟ ଖବର

ନୀଳକଣ୍ଠେଶ୍ୱର ମନ୍ଦିରରେ ଚୋରି; ନଗଦ ଓ ରୂପା ଗହଣା ଲୁଟ

ନବରଙ୍ଗପୁରର ନୀଳକଣ୍ଠେଶ୍ୱର ମନ୍ଦିରରେ ଶନିବାର ରାତିରେ ଚୋରି ଘଟଣା ଘଟି ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଅଜଣା ଦୁର୍ବୁତ୍ତମାନେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିରୁ ନଗଦ ଟଙ୍କା ଓ ଭିତରେ ରଖାଯାଇଥିବା ରୂପା ଗହଣା ଲୁଟ କରିଛନ୍ତି। ପୂର୍ବ ଯୋଜନା ଅନୁଯାୟୀ ଘଟଣାକୁ ଲୁଚାଇବା ପାଇଁ ସେମାନେ ସିସିଟିଭି ହାର୍ଡ ଡିସ୍କ ମଧ୍ୟ ନେଇଯାଇଥିବା କୁହାଯାଉଛି।
ରବିବାର ସକାଳେ ପୂଜାରୀ ମନ୍ଦିର ଖୋଲିବାକୁ ଆସି ଗର୍ଭଗୃହର ତାଲା ଭାଙ୍ଗିଥିବା ଦେଖି ଆଶ୍ଚର୍ୟ ହୋଇଥିଲେ। ପରେ ମନ୍ଦିର କମିଟିକୁ ସୂଚନା ଦେଇ ନବରଙ୍ଗପୁର ଟାଉନ ପୋଲିସକୁ ଖବର ଦିଆଯାଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ରାତି ୮:୩୦ ପରେ ମନ୍ଦିର ବନ୍ଦ ହେବା ପରେ ସୁନସାନ ସମୟକୁ ଲାଭ ଉଠାଇ ଚୋରି କରାଯାଇଛି। ମିଳିଥିବା ସିସିଟିଭି ଫୁଟେଜ୍‌ରେ ତିନିଜଣ ଅଭିଯୁକ୍ତ ଜଡିତ ଥିବା ଦେଖାଯାଇଛି।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତକୁ ତ୍ୱରାନ୍ବିତ କରିଛି।

Show More

Related Articles

Back to top button