ଦେଶ ବିଦେଶମୁଖ୍ୟ ଖବର

ଚାଇନା ଯାହା କହୁଛି ତାହା କରୁନାହିଁ: ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତରେ ଚୀନ ସେନା ପକ୍ଷରୁ କରାଯାଇନି ସୈନ୍ୟ ଅପସାରଣ । ଚାଇନା ଯାହା କହୁଛି ତାହା କରୁନାହିଁ।  ବାରମ୍ବାର ସୀମାରେ ଚାଇନା ସେନା ତାର ସୈନ୍ୟଙ୍କୁ ଅପସାରଣ କଥା କହୁଥିବାବେଳେ ପ୍ରକୃତ ତଥ୍ୟ କିନ୍ତୁ ଭିନ୍ନ। ସୈନ୍ୟ ଅପସାରଣ ବଦଳରେ ସୈନ୍ୟଙ୍କୁ ଅନ୍ୟତ୍ର କିପରି କମ ସମୟରେ ସ୍ଥାନାନ୍ତର କରିହେବ ଏହାକୁ ନେଇ ଭିତ୍ତିଭୂମି ମଜଭୁତ କରୁଛି ଚୀନର ପିପୁଲସ୍ ଲିବେସେସନ ଆର୍ମି PLA  ବର୍ତ୍ତମାନ ଭାରତ-ଚୀନ ସୀମାନ୍ତରେ ସ୍ଥିତି ନିୟନ୍ତ୍ରଣାଧିନ । କିନ୍ତୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ଭାରତୀୟ ସେନାମୁଖ୍ୟ ଜେନେରେଲ ମନୋଜ ପାଣ୍ଡେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରରେ ଚାଇନା ପ୍ରସଙ୍ଗରେ ଏହା କହିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ।

ଚାଇନା ଦୋମୁହାଁ ନୀତି ଆପଣାଉଥିବା କହିଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଚାଇନା କଣ କୁହେ ଏବଂ ପରବର୍ତ୍ତୀ ସମୟରେ କଣ କରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହା ଚାଇନାର ଧୋକାବାଜି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । ଚାଇନା କଣ କରୁଛି ଏବଂ କଣ ସବୁ ପ୍ରତିଶ୍ରୃତି ଦେଉଛି ସେଥିପ୍ରତି ଅଧିକ ଗୁରୁତ୍ୱ ନଦେଇ ସେମାନେ କଣ କରୁଛନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିବ । ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆଣିବାକୁ ଭାରତ କୂଟନୈତିକ, ରାଜନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଜାରି ରଖିଛି।   ପୂର୍ବ ଲଦାଖ ଅଂଚଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ କମ କରିବାକୁ ପ୍ରୟାସ ଜାରି ରହିଛି।  ଏହା ସତ୍ୱେ ମଧ୍ୟ ଚାଇନାର ପିଏଲ୍ଏ ବାରମ୍ବାର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ସେନାମୁଖ୍ୟ ମନୋଜ ପାଣ୍ଡେ।

ପ୍ରତିରକ୍ଷା ବିଶେଷଜ୍ଞ ମଧ୍ୟ ଚାଇନାର ଦୋମୁହାଁ ନୀତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତକୁ ସର୍ବଦା ସତର୍କ ରହିବାକୁ ପଡ଼ିବ। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ । ଚାଇନା ଉପରେ ଜମାରୁ ବିଶ୍ୱାସ କରାଯାଇ ପାରିବ ନାହିଁ । ଟିକେ ଢିଲା ଦେଲେ ଚାଇନା କେତେବେଳେ ମଧ୍ୟ ଆମକୁ ପଛକୁ ଠେଲିଦେଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

Show More

Related Articles

Back to top button