Breaking PLUSଓଡ଼ିଶାମୁଖ୍ୟ ଖବର
ମାମୁଁ ଭଣଜା ପୋଡି ହୋଇ ମୃତ୍ୟୁବରଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ମାମୁଁ ଭଣଜା ପୋଡି ହୋଇ ମୃତ୍ୟୁବରଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ବୌଦ୍ଧ ଜିଲା ସଦର ବ୍ଲକ ମୁନ୍ଦିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପାଳଗଦାରେ ପୋଡ଼ି ହୋଇ ମାମୁ-ଭଣଜାଙ୍କ ମୃତ୍ୟୁ ହୋଇଛି। ଘଟଣା ନେଇ ବଲାକିରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।