
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫନି’ କ୍ଷତିଗ୍ରସ୍ତ ପରିବାରକୁ ଘର ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ନବୀନ । କେବିକେ ଜିଲ୍ଲା ଓ ଆଦିବାସୀଙ୍କୁ ଘର ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ଏଥିପାଇଁ ୧୩ ଲକ୍ଷ ଘର ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ରର ଗାଇଡ୍ଲାଇନ୍ ଅନୁସାରେ ବାସହରା ଚିହ୍ନଟ ହୋଇଛନ୍ତି ।