Breaking PLUSଦେଶମୁଖ୍ୟ ଖବରରାଜନୀତି
ଲୋକସଭାରେ କଂଗ୍ରେସ ସାଂସଦଙ୍କୁ ତିନିଦିନ ଉପସ୍ଥିତ ପାଇଁ ହ୍ୱିପ୍ ଜାରି

ନୂଆଦିଲ୍ଲୀ- ଲୋକସଭାରେ କଂଗ୍ରେସ ସାଂସଦଙ୍କୁ ତିନିଦିନ ଉପସ୍ଥିତ ପାଇଁ ହ୍ୱିପ୍ ଜାରି। ଦଳର ସାଂସଦମାନଙ୍କୁ ଆଗାମୀ ତିନି ଦିନ ପାଇଁ ନିମ୍ନ ସଦନରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରିଛି । କାରଣ ଭିବି-ଜି ରାମ୍ ଜି ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ ଏବଂ ଭାରତର ବେସାମରିକ ପରମାଣୁ କ୍ଷେତ୍ରକୁ ପରିଚାଳନା କରୁଥିବା ଆଇନଗୁଡ଼ିକର ସଂଶୋଧନ ପାଇଁ ଏକ ନୂତନ ବିଲ୍ ବିଚାର ଏବଂ ପାରିତ ହେବା ସମ୍ଭାବନା ରହିଛି ।
ଘରୋଇ ଅଂଶଗ୍ରହଣ ପାଇଁ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରକୁ ଖୋଲିବା ଏବଂ ଦାୟିତ୍ୱ ବ୍ୟବସ୍ଥାକୁ ସଂଶୋଧନ କରିବା ପାଇଁ ଶାନ୍ତି ବିଲ୍ (Sustainable Harnessing and Advancement of Nuclear Energy for Transforming India) ଆଜି ଆଲୋଚନା ପାଇଁ ନିଆଯାଇପାରେ । ସେହିପରି ୨୦ବର୍ଷ ପୁରୁଣା ମନରେଗା ଯୋଜନାର ନାମକୁ ବଦଳାଇବା ପାଇଁ ଏକ ବିଲ୍ ମଙ୍ଗଳବାର ଲୋକସଭାରେ ଆଗତ କରାଯାଇଥିଲା, ବିରୋଧୀ ଦଳଗୁଡ଼ିକ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ନାମ ଅପସାରଣ ଉପରେ କଡ଼ା ଆପତ୍ତି ମଧ୍ୟରେ ଏହା ଆଲୋଚନା ହୋଇଥିଲା ।



