Breaking PLUSଓଡ଼ିଶାମୁଖ୍ୟ ଖବର
27ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ମହିଳାଙ୍କ ସୁରକ୍ଷା ଦାବିରେ କଂଗ୍ରେସ କର୍ମୀମାନେ ଆସନ୍ତା ୨୭ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କରିବେ। ଏନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।