Breaking PLUSଦେଶମୁଖ୍ୟ ଖବର
ସୀତାରାମ ୟେଚୁରୀଙ୍କ ବିୟୋଗ

ନୂଆଦିଲ୍ଲୀ- ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀଙ୍କର ଆଜି ବିୟୋଗ ହୋଇଛି । ନୂଆଦିଲ୍ଲୀ ଏମ୍ସରେ ୭୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନରୁ ସେ ଗୁରୁତର ଥିଲେ ଏବଂ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସ ଡାକ୍ତରଙ୍କ ତଦାରଖରେ ତାଙ୍କର ଚିକିତ୍ସା ଚାଲିଥିଲା । ରେସପରେଟରୀ ସପୋର୍ଟରେ ତାଙ୍କୁ ରଖାଯାଇଥିଲା ।